//BREAKING//
Loading...

ସହିଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯିବାରୁ ପ୍ରତିବାଦ ସଭା

 ସହିଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯିବାରୁ  ପ୍ରତିବାଦ ସଭା 


* ଘଟଣାସ୍ଥଳtରେ ପଶ୍ଚିମବଙ୍ଗର ରାଷ୍ଟ୍ରମନ୍ତ୍ରୀ

* ପ୍ରତିବାଦ ଆନ୍ଦୋଳନ ମୁଖୀ 

ପାଟଣା (୧୮/୧୦) ଇତିହାସ ପ୍ରସିଦ୍ଧ ଚୁହାଳ ବିଦ୍ରୋହର ମହାନାୟକ ତଥା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁନାଥ  ମାହାତୋଙ୍କ ପାଟଣା ବ୍ଲକର ଧାନବେଣି ସ୍ଥିତ ପ୍ରତିମୂର୍ତ୍ତିକୁ କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଖବର ପାଇ ଆଦିବାସୀ କୁଡୁମି ସମାଜର କର୍ମକର୍ତ୍ତା ଏହାର ପ୍ରତିବାଦ ସଭା ଆୟୋଜନ କରିଥିଲେ । ଏହି ପ୍ରତିବାଦ ସଭାରେ ରାଜ୍ୟ ସଭାପତି ଲକ୍ଷ୍ମୀଧର ମହାନ୍ତ, କେନ୍ଦ୍ରୀୟ କମିଟିର ସଦସ୍ୟ ପ୍ରତାପ ଚନ୍ଦ୍ର ମହାନ୍ତ, ସହ ସମ୍ପାଦକ ପ୍ରଭାତ ରଞ୍ଜନ ମହାନ୍ତ, ଓଡିଶା ଆଦିବାସୀ କୁଡୁମୀ ସମାଜର ସଭାପତି ନବୀନ କିଶୋର ମହାନ୍ତ ପ୍ରମୁଖ ସଭାରେ ଯୋଗ ଦେଇଥିଲେ । ଶତାଧିକ କର୍ମକର୍ତ୍ତା ଏହି ସଭାରେ ଯୋଗ ଦେଇଥିଲେ । ସଭାରେ ଏହାର ଘୋର ନିନ୍ଦା କରାଯାଇଥିଲା । ରଘୁନାଥ ମାହାତୋ ସ୍ମୃତି କମିଟିର ସମ୍ପାଦକ ସୁକାନ୍ତ କୁମାର ମହାନ୍ତ ପାଟଣା ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଥାନା ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ 220 ନମ୍ବର ରାଜପଥକୁ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଖବର ପାଇ ପଶ୍ଚିମବଙ୍ଗ ରାଷ୍ଟ୍ରମନ୍ତ୍ରୀ ମାନ୍ୟବର ଶ୍ରୀକାନ୍ତ ମାହାତୋ ଘଟଣା ସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି । ଶ୍ରୀ ମାହାତୋ କେନ୍ଦୁଝର ଏସ ପି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଏ ସମ୍ପର୍କରେ ଦୃଷ୍ଟି ଅକର୍ଷଣ କରିବେ ବୋଲି ଜଣାଇଛନ୍ତି । କେନ୍ଦୁଝର, ମୟୁରଭଞ୍ଜ ର ବିଭିନ୍ନ ସ୍ଥାନରେ ଏହାର  ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବାର ଜଣାଯାଇଛି ।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe