//BREAKING//
Loading...

ରାଜ୍ୟ ସ୍ତରୀୟ ଦେଶ କରମ ପରବ ଓଡିଶା : ସମୀକ୍ଷା ବୈଠକ

 



ଘଟଗାଁ ୨୮/୫ - ବିଗତ ବର୍ଷ ପିପିଲିଆ ରେ ଅନୁଷ୍ଠିତ ହୋଇଯାଇଥିବା ଦେଶ କରମ ପରବ, ଓଡିଶା - ୨୦୨୨ର  ଆନୁଷ୍ଠାନିକ ସମୀକ୍ଷା ବୈଠକ ଆଜି ପିପିଳିଆ ଠାରେ  ଅନୁଷ୍ଠିତ  ହୋଇଯାଇଛି । ଏଥିରେ ସାହାରପଡା, ସ୍ବାମ ପାଟଣା, କେନ୍ଦୁଝର, ହରିଚନ୍ଦନପୁର ଓ ଘଟଗାଁ ବ୍ଲକର ସମସ୍ତ ସଂଗଠକ ତଥା ସ୍ଥାନୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । କୁଡୁମି ଜାତିର ଦେଶ ପଧାନ ତଥା ଦେଶ କରମ ପରବ ଓଡିଶା : ୨୦୨୨ ର ସଭାପତି ଶ୍ରୀଯୁକ୍ତ ଯତିଶ ଚନ୍ଦ୍ର ମହନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମୀକ୍ଷା ସଭାରେ ଶଶଧର ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦେଶ କରମ ପରବର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଏହି ଦେଶ କରମ ପରବର ପ୍ରତିଷ୍ଠାତା ଇଂ ବିଦ୍ୟାଧର ମହାନ୍ତ, ଏହି ପରବର ସଂରକ୍ଷକ ଶ୍ରୀ ଧନେଶ୍ୱର ମହାନ୍ତ, ଅବସରପ୍ରାପ୍ତ ଅଧ୍ୟାପକ ଡଃ ପଦ୍ମଲୋଚନ  ମହାନ୍ତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । 





ସମ୍ପାଦକ ଶ୍ରୀ  ହୃଷିକେଶ ମହାନ୍ତ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ହିସାବ ସମୀକ୍ଷା କରିଥିଲେ । ଆଗତ ଦିନରେ ଦେଶ କରମ ପରବ ଓଡିଶା ପରମ୍ପରା ଅନୁଯାୟୀ ଜାରି ରହିବ ବୋଲି ପ୍ରକାଶ ପାଇଛି ।  ଏହି ସଭାରେ ଦେଶ କରମ ପରବ ପରିଚାଳନା କମିଟିର ଉପସଭାପତି ମିତ୍ରଭାନୁ ମହାନ୍ତ, ସହ କୋଷାଧ୍ୟକ୍ଷ କେଶବ ମହାନ୍ତ ତଥା ସଂଗଠକ ଭୀମସେନ ମହାନ୍ତ (କେମ୍ପସଡା), ଅର୍ଜୁନ ମହାନ୍ତ (ବାଇକଳା), କୁଞ୍ଜ ବିହାରୀ ମହାନ୍ତ (କାଣ୍ଡସର), ମହେନ୍ଦ୍ର ମହାନ୍ତ, ନନ୍ଦଲାଲ ମହାନ୍ତ ମନ ମୋହନ ମହାନ୍ତ ଜଗବନ୍ଧୁ ମହାନ୍ତ (ତୋରାଣି ପୋଖରୀ), ଗୋବର୍ଦ୍ଧନ ମହାନ୍ତ (ଜଂଘିରା), ଶିବ ମହାନ୍ତ, ହୃଷୀକେଶ ମହାନ୍ତ (ଅସନବଣି), ବିଶ୍ୱଜିତ ମହାନ୍ତ (କେନ୍ଦୁଝର), ମହେଶ୍ୱର ମହାନ୍ତ, ରମେଶ ମହାନ୍ତ (ଢେଙ୍କିକୋଟ), ପ୍ରଫୁଲ୍ଲ ମହାନ୍ତ (କଟରାବେଡ଼ା), ରୁକ୍ମଣୀ ମହାନ୍ତ, କୁମୁଦିନି ମହାନ୍ତ (ଘଟଗାଁ), ତିଲୋତ୍ତମା ମହାନ୍ତ (ମାଛଭଣ୍ଡାର), ଖଗେଶ୍ୱର ମହାନ୍ତ (ସାରୁପାଟ), ନିରଞ୍ଜନ ମହାନ୍ତ ପଣ୍ଡପଡା ( ପଣ୍ଡା ପଡ଼ା),  ଲକ୍ଷ୍ମୀଧର ମହାନ୍ତ, ଭାଗିରଥି ମହାନ୍ତ, ଚନ୍ଦ୍ରମଣି ମହାନ୍ତ, ହରେକୃଷ୍ଣ ମହାନ୍ତ (ପିପିଳିଆ), ନବ କିଶୋର ମହାନ୍ତ , ଗୋକୁଳ ମହାନ୍ତ(  ଶଗଡ଼ ପଟା), କୁଳମଣି ମହାନ୍ତ, ମଙ୍ଗୁଳୁ ମହାନ୍ତ, ନିର୍ମଳ ମହାନ୍ତ, କର୍ଣ ମହାନ୍ତ, ଭକ୍ତ ମହାନ୍ତ, ନରହରି ମହାନ୍ତ, ପାଇକିରା ମହାନ୍ତ, ଦୁବୁଲାବେଡା), ନବ କିଶୋର ମହାନ୍ତ (କେନ୍ଦୁଆପଡା) ଦୁର୍ଯ୍ୟୋଧନ  ମହାନ୍ତ (ବଡ଼ପସୀ), ଜଗମୋହନ ମହାନ୍ତ (ଧା ଙ୍ଗ ଡ଼ ଡ଼ିହା), ଯୁଧିଷ୍ଠିର ମହାନ୍ତ (ହାତିମୁଣ୍ଡି, ମୟୁରଭଞ୍ଜ) , ପିତାମ୍ବର ମହାନ୍ତ (ବିନିଦା),  ପ୍ରଫୁଲ ମହାନ୍ତ ରୁଦ୍ର ମହାନ୍ତ (କଟରା ବେଡା), ଜଗବନ୍ଧୁ ମହାନ୍ତ (ଶଗଡ଼ିଆ), କରୁଣା କର ମହାନ୍ତ (କୁଣ୍ଡଳା) କ୍ଷେତ୍ରବାସୀ ମହାନ୍ତ (ନୂଆପଡା), ଶରତ ଚନ୍ଦ୍ର ମହାନ୍ତ (ମଣ୍ଡା ଟାଙ୍ଗର) ଭୁବନ ମହାନ୍ତ (ଭଣ୍ଡାରୀ ପଶି) ପ୍ରମୁଖ ଯୋଗ ଦେଇଥିଲେ । କର୍ମତି ମିନତୀ, ସ୍ନେହଳତା, ସୁବସିନୀ, ଡାଲିମ୍ବ, ପାର୍ବତୀ, କୌଶଲ୍ୟା, କୁନ୍ତଳା, ସାବିତ୍ରୀ, ମୋନାଲିଶା, ପଲ୍ଲବୀ, ଦେବସ୍ମିତା ଆଦି ଯୋଗ ଦେଇଥିଲେ । ସଭାରେ ସହସ୍ରାଧିକ ଲୋକ ଯୋଗ ଦେଇଥିଲେ । । ସଭା ଶେଷରେ  ଶ୍ରୀ  ଦୈତାରି  ମହାନ୍ତ (ନୂଆପଡା) ଧନ୍ୟବାଦ ଅର୍ପଣ କରିଥିଲେ । ବିଗତ ଦେଶ କରମ ପରବ ମୁଳ ଉଦ୍ୟୋକ୍ତା ସ୍ବର୍ଗତଃ ଖଗେଶ୍ୱର ମହାନ୍ତ ଅନ୍ୟତମ ସଂଗଠକ ସ୍ବର୍ଗତଃ  ତନୁରାମ ମହାନ୍ତ ଓ କୁଡୁମି ସମାଜର ରାଜ୍ୟ ସ୍ତରୀୟ ସଂଗଠକ ତଥା ସ୍ବର୍ଗତଃ ଅଭିମନ୍ୟୁ କେଶରୀଆର ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ଏହି ସଭାକୁ ପରିଚାଳନା କରିବାରେ ନବ କିଶୋର ମହାନ୍ତ ଓ ଫକୀର ମହାନ୍ତ ବିଶେଷ ଅଂଶ ଗ୍ରହଣ କରିଥିଲେ ।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe