ବରେଇଗୋଡା ( ବିଶ୍ୱନାଥ ମହାନ୍ତ ) ଗତ ୧୬ ତାରିଖ ଦିନ କୁଡ଼ମାଲି ସଂସ୍କାର ଅଭିଯାନ ଚତୁର୍ଥ ପର୍ଯ୍ୟାୟ ସଭା ହରିଚନ୍ଦନପୁର ବ୍ଲକର ବରେଇଗୋଡା ଠାରେ ଅନୁଷ୍ଠିତ ହୋଇ କୁଡୁମି ସମାଜର ପାରମ୍ପରିକ ପଧାନ ମାନଙ୍କୁ ପୁନଃ ବିଚାରପତି କ୍ଷମତା ଅର୍ପଣ ପୂର୍ବକ ପଗଡ଼ି ବନ୍ଧା ଯାଇଛି । ଯାଜପୁର ରୋଡ଼ର ସରକାରୀ ଓକିଲ ଶ୍ରୀ ନରେନ୍ଦ୍ର ମହାନ୍ତ ପଧାନ ମାନଙ୍କ ମୁଣ୍ଡରେ ପାଗଡ଼ି ବାନ୍ଧିଥିଲେ । ପ୍ରକାଶଯୋଗ୍ୟ ଯେ କୁଡୁମୀଙ୍କ ପ୍ରାଚୀନ ସଂସ୍କାରକୁ ଉଜ୍ଜୀବିତ କରିବା ପାଇଁ ପର୍ବରୁ ଘଟଗାଁ ବ୍ଲକରେ ଦୁବୁଲାବେଡା, କେନ୍ଦୁଆପଡା, ବାଲିପୋଖରୀ ଆଦି ଗ୍ରାମରେ କୁଡ଼ମାଲି ସଂସ୍କାର ଅଭିଯାନ ସଭା ମାନ ଅନୁଷ୍ଠିତ ହୋଇଯାଇଛି । ଆଜି ହରିଚନ୍ଦନପୁର ବ୍ଳକର ବରେଇଗୋଡା ଠାରେ ଚତୁର୍ଥ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଗ୍ରାମ ପଧାନ ବିଶ୍ୱନାଥ ମହାନ୍ତ ସଭାପତିତ୍ୱ କରିଥିଲେ । ଶ୍ରୀ ସନାତନ ମହାନ୍ତ ସଭା ସଞ୍ଚାଳନ କରିଥିଲେ । ସଦର ବ୍ଳକରୁ ଯୋଗ ଦେଇଥିବା ମୁଖ୍ୟ ଅତିଥି ଶ୍ରୀ ବିନୋଦ ବିହାରୀ ମହାନ୍ତ ଓ ସମ୍ମାନିତ ଅତିଥି ଶ୍ରୀ ଦାଶରଥି ମହାନ୍ତ ଓ ସୁକିନ୍ଦାରୁ ଯୋଗ ଦେଇଥିବା ସରକାରୀ ଓକିଲ ଶ୍ରୀ ନରେନ୍ଦ୍ର ମହାନ୍ତ, ରାଇରଙ୍ଗପୁର ମୟୁରଭଞ୍ଜରୁ ଯୋଗ ଦେଇଥିବା ଶ୍ରୀ ଭବାନୀ ଶଙ୍କର ମହାନ୍ତ ଓ ଓଡିଶା କୁଡୁମି ସମାଜର ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ମହାନ୍ତ କୁଡ଼ମାଲି ସଂସ୍କାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ନାରିନେତ୍ରୀ ଶ୍ରୀମତୀ ରୁକ୍ମଣୀ ମହାନ୍ତ ପାରମ୍ପରିକ ବିବାହ ଓ ପାରମ୍ପରିକ ସଦଖିଆ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନାରିନେତ୍ରୀ ଶ୍ରୀମତୀ କେତକୀ ମହାନ୍ତ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଏତଦବ୍ୟତୀତ ଶ୍ରୀ ଖଗେଶ୍ୱର ମହାନ୍ତ ଅବସରପ୍ରାପ୍ତ ଏବିଇଓ (ଘଟଗାଁ), ଶ୍ରୀ ରମେଶ ଚନ୍ଦ୍ର ମହାନ୍ତ (ପାଟଣା) ଶ୍ରୀ ନରହରି ମହାନ୍ତ ଅବସରପ୍ରାପ୍ତ ଶିକ୍ଷକ (ବରେଇଗୋଡା) ଓ ବରିଷ୍ଠ ସମାଜସେବୀ ଶ୍ରୀ ନରହରି ମହାନ୍ତ (ଚକ୍ରଧରପୁର) ନିଜ ନିଜ ମତ ଉପସ୍ଥାପନ କରିଥିଲେ । ସଭା ମଞ୍ଚରେ ସମିତି ସଭ୍ୟା ଶ୍ରୀମତୀ ସରସ୍ୱତୀ ମହାନ୍ତ, ଶ୍ରୀମତୀ ଗୀତାଞ୍ଜଳି ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ମନୋରଞ୍ଜନ ମହାନ୍ତ, ସୁକିନ୍ଦାରୁ ଆସିଥିବା ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତ, ଗୋକୁଳୀ ଚରଣ ମହାନ୍ତ , ବନମାଳୀ ମହାନ୍ତ, ପୂର୍ବତନ ସମିତିସଭ୍ୟ ତ୍ରିଲୋଚନ ମହାନ୍ତ (ଘଷଣ।ଟାଙ୍ଗର) କୁଡ଼ମାଲି ସଂସ୍କାର ଅଭିଯାନର ସ୍ରଷ୍ଟା ନବକିଶୋର ମହାନ୍ତ
( ଶଗଡ ପଟା) ମଞ୍ଚାସିନ ଥିଲେ । ଦୁବୁଲାବେଡା ରୁ ପାଇକିରା ମହାନ୍ତ, ଭୁବନେଶ୍ୱର ମହାନ୍ତ, ଭୀମସେନ ମହାନ୍ତ, ମାଣତା ଗ୍ରାମରୁ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ଶିରପାଣି ମହାନ୍ତ, ଅନନ୍ତ ମହାନ୍ତ, ଯୋଗ ଦେଇଥିଲେ । ଏହି ସଭାରେ କୁଡୁମି ପଧାନ ବିଶ୍ୱନାଥ ମହାନ୍ତ (ବରେଇଗୋଡା), ରତ୍ନାକର ମହାନ୍ତ (ମାଟି ହୁଡ଼ି), ପୂର୍ଣଚନ୍ଦ୍ର ମହାନ୍ତ (ଗୋପୀନାଥପୁର), କର୍ଣ୍ଣଧର ମହାନ୍ତ (ଦୁବୁଲାବେଡା) ଭାଗିରଥି ମହାନ୍ତ (ଶଗଡ ପଟା) ସମ୍ମାନିତ ହୋଇଥିଲେ ଓ ପୁନଃ କ୍ଷମତା ଅର୍ପିତ ହୋଇଥିଲେ । ଦୁବୁଲାବେଡା, ମଣତା, ମାଟି ହୁଡ଼ି ଗ୍ରାମର ସ୍କୁଲ ଛାତ୍ରୀଙ୍କ ଦ୍ୱାରା ଗଠିତ ଝୁମର ଦଳ ନୃତ୍ୟ ପରିବେଷଣ କରିଥିଲେ । ନବ କିଶୋର ମହାନ୍ତ ଝୁମର ଦଳ ସଞ୍ଚାଳନ କରିଥିଲେ । ଦୁବୁଲାବେଡା ପାଇକିରା ମହାନ୍ତ ଆଞ୍ଚଳିକ ଦେଶ କରମ ପରବ ଦୁବୁଲାବେଡା ସମ୍ପର୍କରେ ଘୋଷଣା କରିଥିଲେ । ଏହି କୁଡ଼ମାଲି ସଂସ୍କାର ଅଭିଯାନ ସଭାକୁ ଆସିଥିବା ସମସ୍ତ ଅତିଥିଙ୍କୁ କୁଡ଼ମାଲି ପରମ୍ପରା ଅନୁଯାୟୀ ହଳଦୀ ପାଣିରେ ଗୋଡ଼ ଧୋଇ ସ୍ୱାଗତ କରିଥିଲେ ଶ୍ରୀମତୀ ଶକୁନ୍ତଳା ମହାନ୍ତ, ରଶ୍ମିତା ମହାନ୍ତ, ସୀମା ମହାନ୍ତ, ପଦ୍ମିନୀ ମହାନ୍ତ, ହେମଲତା ମହାନ୍ତ । ଏହି ସଭାର ଆୟୋଜକ ସର୍ବଶ୍ରୀ ମହେଶ୍ୱର ମହାନ୍ତ, ରବିନ୍ଦ୍ର ମହାନ୍ତ, ଲକ୍ଷ୍ମଣ ମହାନ୍ତ, ଦୁଖବନ୍ଧୁ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ସୁରେଶ ମହାନ୍ତ, ହୃଷୀକେଶ ମହାନ୍ତ, ମନୋରଞ୍ଜନ ମହାନ୍ତ, ଭ୍ରମରବର ମହାନ୍ତ, ତ୍ରିନାଥ ମହାନ୍ତ, ବଳରାମ ମହାନ୍ତ, ସୁନୀଲ ମହାନ୍ତ, ସତ୍ୟାନନ୍ଦ ମହାନ୍ତ, ସୁଶାନ୍ତ ମହାନ୍ତ, ପିଙ୍କୁ ମହାନ୍ତ, ରାଜୁ ମହାନ୍ତ, ଗଙ୍ଗା ମହାନ୍ତ, ଚିନ୍ତା ମହାନ୍ତ, ସୁରେନ୍ଦ୍ର ମହାନ୍ତ ଆୟୋଜନ ରେ ସମସ୍ତ ପ୍ରକାର ସହାୟତା କରିଥିଲେ ।
Post a Comment