//BREAKING//
Loading...

କୁଡ଼ମାଲି ସଂସ୍କାର ସଭା ଓ ଝୁମର ନୃତ୍ୟ : କେନ୍ଦୁଆପଡା


 



ଘଟଗାଁ - ଗତ ୮ ତାରିଖରେ କୁଡ଼ମାଲି ସଂସ୍କାର ଅଭିଯାନର ଚତୁର୍ଥ ପର୍ଯ୍ୟାୟ ସଭା ଘଟଗାଁ ଗ୍ରାମର କେନ୍ଦୁଆପଡା ସାହିରେ ଅନୁଷ୍ଠିତ ହୋଇଯାଇଛି  ।  ଗ୍ରାମର ଦେଶ ପଧାନ ଶ୍ରୀ ଗୌରାଙ୍ଗ ମହନ୍ତଙ୍କ ସଭାପତିତ୍ୱରେ ଏବଂ ଅବସରପ୍ରାପ୍ତ ଏ ବି ଇ ଓ ଶ୍ରୀ ଖଗେଶ୍ୱର ମହନ୍ତଙ୍କ ତତ୍ୱାବଧାନରେ ଅନୁଷିତ ସଭାରେ ଦୁବୁଲାବେଡା, ସଗଡପଟା, ମଣତା, ବିଣାଝରି, ମୁକୁନ୍ଦପୁର ପାଟଣା, ପିପିଲିଆ, ତଥା ହରିଚନ୍ଦନପୁର ବ୍ଲଜ ପ୍ରତିନିଧି ସମେତ ଦୁଇ ଶହ ଲୋକ ଯୋଗ ଦେଇଥିଲେ । ଏହି ସଭାରେ ତିନି ଗୋଟି ବିନ୍ଦୁ ଯଥା ୧) ସଦଖିଆ ବ୍ୟବସ୍ଥାରେ କୁଡ଼ମାଲି ପ୍ରାଚୀନ ବ୍ୟବସ୍ଥାର ପୁନଃ ପ୍ରଚଳନ  ୨) ପାରମ୍ପରିକ ଗଣ୍ଡଗୋଳ ମୁକ୍ତ ବିବାହର ପୁନଃ ପ୍ରଚଳନ  ୩) କୁଡ଼ମାଲି ପ୍ରାଚୀନ ଗ୍ରାମ ପଧାନ ବିଚାର ବ୍ୟବସ୍ଥାର ପୁନଃ ପ୍ରଚଳନ ଉପରେ ବିଶେଷ ଚର୍ଚ୍ଚା ହୋଇ ସର୍ବ ସମ୍ମତି କ୍ରମେ ଗୁହିତ ହୋଇଥିଲା । ସଭା ପ୍ରାରମ୍ଭରେ ଦୁବୁଲାବେଡା ଗ୍ରାମର ସଙ୍ଗଠିକା ଶ୍ରୀମତୀ କେତକୀ ମହାନ୍ତ ଦୁବୁଲାବେଡା ରାଜ୍ୟସ୍ତରୀୟ ସଭାର ବିବରଣୀ ପଠନ କରିଥିଲେ । ମୟୁରଭଞ୍ଜ ଚିତ୍ରଡାରୁ ଆସିଥିବା କେନ୍ଦ୍ରୀୟ ନେତା ଡ଼ାଃ ମନୋଜ ମହାନ୍ତ କୁଡୁମୀଙ୍କ ପ୍ରାଚୀନ ସଦଖିଆ ବ୍ୟବସ୍ଥା, କୁଡ଼ମାଲି ବିଧି ବିବାହ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ମୟୁରଭଞ୍ଜ ଚିତ୍ରଡାର ବିଶେଷ ବକ୍ତା ତଥା ଅବସରପ୍ରାପ୍ତ ବି ଇ ଓ ଶ୍ରୀ ପଦ୍ମଲୋଚନ ମହାନ୍ତ (ନିନି ମାଷ୍ଟର) କୁଡ଼ମାଲି ସଂସ୍କୃତି ପ୍ରାଚୀନ ଭାରତର ଶ୍ରେଷ୍ଠ ସଂସ୍କୃତି ବୋଲି ଅଭିହିତ କରି ବର୍ତ୍ତମାନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ହରିଚନ୍ଦନପୁର ବ୍ଲକରୁ ଆସିଥିଲା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଲଷ୍ମୀଧର ମହାନ୍ତ ନିଜେ କୁଡ଼ମାଲି ପ୍ରାଚୀନ ବିଧିର ପାଳନ କରନ୍ତି ବୋଲି ଅନୁଭୂତି ଵ୍ୟାଖ୍ୟାନ କରିଥିଲେ । ବିଗତ ପିପିଳିଆ ଦେଶ କରମ ପରବର ସଂଗଠକ ଶ୍ରୀ ହୃଷିକେଶ ମହାନ୍ତ କୁଡୁମୀଙ୍କ ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ । ହରିଚନ୍ଦନପୁର ବ୍ଲକର ରେବଣା ପଳାସପାଳ  ପୂର୍ବତନ ସରପଞ୍ଚ ସନାତନ ମହାନ୍ତ ଏତାଦୃଶ ସଂସ୍କାର କାର୍ଯ୍ୟକ୍ରମ ପାଇଁ କେନ୍ଦୁଆପଡା ଗ୍ରାମବାସିଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହି ସଭାରେ ପଣ୍ଡାପଡ଼ା କଲେଜର ଅଧ୍ୟକ୍ଷ ଶ୍ରୀ ମୋତିଲାଲ  ମହାନ୍ତ, ସୁନପେଣ୍ଟର ପୂର୍ବତନ ସରପଞ୍ଚ ପୂର୍ଣଚନ୍ଦ୍ର ମହାନ୍ତ, ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ଜଗବନ୍ଧୁ ମହାନ୍ତ, କେନ୍ଦ୍ରୀୟ କୁଡୁମି ସଂଗଠକ ନରହରି ମହାନ୍ତ ବର୍ମା, ମଣତା ଗ୍ରାମର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ଶିରପାଣି ମହାନ୍ତ, ଦୁବୁଲାବେଡାର ସମସ୍ତ ସଂଗଠକଙ୍କ ସହ କୁଳମଣି ମହାନ୍ତ, ଶଗଡପଟା ଗ୍ରାମର ସମସ୍ତ ସଂଗଠକ ସହ ଏହି ଅଭିଯାନର ସ୍ରଷ୍ଟା ନବ କିଶୋର ମହାନ୍ତ ଯୋଗ ଦେଇଥିଲେ । ସଭା ଶେଷରେ ଶ୍ରୀ  ଖଗେଶ୍ୱର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ମହିଳା ନେତ୍ରୀ ଶ୍ରୀମତୀ ରୁକ୍ମଣୀ ମହାନ୍ତ, ଶ୍ରୀମତୀ କୁମୁଦିନି ମହାନ୍ତ, ଶ୍ରୀମତୀ ରଶ୍ମିରେଖା ମହାନ୍ତ,  ଶ୍ରୀମତୀ ଅଞ୍ଜଳି ମହାନ୍ତ ସଂଗଠନରେ ବିଶେଷ ଅଂଶ ଗ୍ରହଣ କରିଥିଲେ । କେନ୍ଦୁଆପଡାର ଶିକ୍ଷୟତ୍ରୀ ଶ୍ରୀମତୀ ନିରାଶମଣି ମହାନ୍ତ, ଶିକ୍ଷକ ଶ୍ରୀ ଶରତ ମହାନ୍ତ, ଶିକ୍ଷକ ଶ୍ରୀ ହରେକୃଷ୍ଣ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ମହାନ୍ତ, ବିନୋଦ ବିହାରୀ ମହାନ୍ତ, ନବ କିଶୋର ମହାନ୍ତ, ନରହରି ମହାନ୍ତ, ୱାର୍ଡ ମେମ୍ବର ଶ୍ରୀମତୀ ସବିତା ମହାନ୍ତ, ଆଡଭୋକେଟ ଶ୍ରୀ ଅନାମ ମହାନ୍ତ,  ଯବାନ ଶ୍ରୀ ଲଷ୍ମୀଧର ମହାନ୍ତ, ସଂଗଠକ ଦୟାନିଧି ମହାନ୍ତ ଗୁରୁଜୀ ରବି ଚନ୍ଦ୍ର ମହାନ୍ତ ସଭାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସଫଳ ଅଂଶ ଗ୍ରହଣ କରିଥିଲେ । ଦିପୁ, ବାବୁଲା, ଶିବୁ, ଲାଲ ମୋହନ, ବାହାଦୂର, କାର୍ଟୁନ, ସିଲୁ,  ଚିନୁ, ଦିପୁ (ଖ), ରିଳୁ ଖାଦ୍ୟ ପାନୀୟ ପରିଚାଳନା କରିଥିଲେ । କେନ୍ଦୁଆପଡା ସାହିର ଛାତ୍ରୀ ମିକି, ଚିକି, ନିରୁ, ଚୁମିକି, ଲୋପା, ବିନ୍ଦୁ ବିଶେଷ ପ୍ରକାର ଝୁମର ନୃତ୍ୟ ପ୍ରଦର୍ଶନ କରିଥିଲେ । ଦୁବୁଲାବେଡା ଗ୍ରାମର ଛାତ୍ରୀଙ୍କ ଗୋଲାପ କୁଇନ ଝୁମର ନୃତ୍ୟ ଦଳ, ମଣତା ଗ୍ରାମର ଛାତ୍ରୀଙ୍କ  ଝୁମର ନୃତ୍ୟ ଦଳ ଆକର୍ଷକ ଝୁମର ନୃତ୍ୟ ପରିବେଷଣ କରିଥିଲେ । ତିନୋଟି ଗ୍ରାମର ମହିଳା ଗଣ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଗ୍ରାମବାସୀ ଙ୍କ ବିଶେଷ ସହଯୋଗରେ ଆୟୋଜନ ସମ୍ଭବପର ହୋଇଥିଲା ।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe