କେନ୍ଦୁଝର (କରମ୍ ଟିଭି) ଗତ ଜୁନ ୧୦ ତାରିଖ ଦିନ ୫-ଟି ସଚିବ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ଆସିଥିବା ସମୟରେ ଅଗ୍ରଣୀ କୁଡୁମି ସଙ୍ଗଠନ ଓଡ଼ିଶା କୁଡୁମି ସେନା ପକ୍ଷରୁ ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ନେତୃତ୍ବରେ କେନ୍ଦୁଝରର ବିଭିନ୍ନ ସଦସ୍ୟ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଡୁମି ସମ୍ପ୍ରଦାୟ ପାଇଁ ଜିଲ୍ଲା ମୂଖ୍ୟାଳୟରେ କୁଡୁମି ଭବନ ନିର୍ମାଣ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ । ସରକାରୀ ଭାବେ କୁଡୁମି ଭବନ ନିର୍ମାଣ ନିମନ୍ତେ ପତ୍ର ପ୍ରାପ୍ତି ପରେ ୨୮ ତାରିଖ ବୁଧବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ କୁଡୁମି ଭବନ ପାଇଁ ୨୦ ଲକ୍ଷ ଅନୁଦାନ ରାଶି ଘୋଷଣାର ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ । କୁଡୁମି ଭବନ ନିର୍ମାଣ ପାଇଁ ସମସ୍ତ ପ୍ରକାର ସରକାରୀ ସହଯୋଗ ଯୋଗାଇ ଦେବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ବେଳେ ଓଡିଶା କୁଡୁମି ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ ସମ୍ପାଦକ ଲଛମନ ମହାନ୍ତ, କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ପ୍ରମୁଖ ଲମ୍ବୋଦର ମହାନ୍ତ, ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ଉପଦେଷ୍ଟା ରନ୍ଧାକର ମହାନ୍ତ, ଜିଲ୍ଲାପରିଷଦ ସଦସ୍ୟା ରୁନୁ ମହାନ୍ତ,ଜିଲ୍ଲା ପରିଷଦ ସଦସ୍ୟା ଲୀଳାବତୀ ଦେଶକରମ କମିଟିର ସମ୍ପାଦକ ହୃଷିକେଶ ମହାନ୍ତ, କୁଡୁମି ସମାଜର ଆବାହକ ମହାନ୍ତ, ଡାକ୍ତର ମହାନ୍ତ,କୁଡୁମିସେନା ପାଟଣା ବ୍ଲକ ସମ୍ପାଦକ ତ୍ରିନାଥ ମହାନ୍ତ, ପାଟଣା ବ୍ଲକ ମିଡିଆ ସଂଯୋଜକ କିଶୋର ଚନ୍ଦ୍ର ମହାନ୍ତ, ବ୍ଳକ ମହିଳା ସଭାନେତ୍ରୀ ରଙ୍ଗଲତା ମହାନ୍ତ, ମହିଳା ଉପଦେଷ୍ଟା ଚମ୍ପା ମହାନ୍ତ, ଭଗବାନ ମହାନ୍ତ, ଉପଦେଷ୍ଟା ବିନୋଦ ମହାନ୍ତ, ତ୍ରିଲୋଚନ ମହାନ୍ତ, ବିପିନ ମହାନ୍ତ, ମକୁନ୍ଦ ମହାନ୍ତ, ନରେନ୍ଦ୍ର ମହାନ୍ତ, ଗୌତମ ମହାନ୍ତ , ଦିବାକର ମହାନ୍ତ, ପିପୁଲ ମହାନ୍ତ, ଗୋପୀନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Post a Comment