ହରିଚନ୍ଦନପୁର : ୧୩/୦୯ ହରିଚନ୍ଦନପୁର ହାଟ ପଡିଆ ଠାରେ କୁଡୁମି ଏକତା ମଞ୍ଚର ଏକ ସଭା କୁଡୁମି ସେନା ସଭାପତି ତ୍ରିଲୋଚନ ମହାନ୍ତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଘଟଗାଁ, ହରିଚନ୍ଦନପୁର, ପାଟଣା, ଯୋଡ଼ା ବ୍ଳକର କୁଡୁମି ପ୍ରତିନିଧିମାନେ ଯୋଗଦେଇ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ "ରେଲ ଟେକା ଡହର ଛେଙ୍କା " (ରେଳ ରୋକ ଓ ରାସ୍ତା ଅବରୋଧ) ହରିଚନ୍ଦନପୁର ଠାରେ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଯୋଡ଼ା ବ୍ଲକରୁ ଶ୍ରୀ ଅଗ୍ନୁ ଚରଣ ମହାନ୍ତ, ଚମ୍ପୁଆ ବ୍ଲକରୁ ଶ୍ରୀ ବିଶ୍ୱଜିତ ମହାନ୍ତ, ପାଟଣା ବ୍ଲକରୁ ଶ୍ରୀ ମିତ୍ରଭାନୁ ମହାନ୍ତ, ଘଟଗାଁ ବ୍ଲକରୁ ନବ କିଶୋର ମହାନ୍ତ, ଭକ୍ତବନ୍ଧୁ ମହାନ୍ତ, ଦୀପକ ମହାନ୍ତ, ପ୍ରତାପ ମହାନ୍ତ, ଭୁବନେଶ୍ୱର ମହାନ୍ତ, ପାଇକିରା ମହାନ୍ତ, ମଙ୍ଗୁଳୁ ମହାନ୍ତ, ଲକ୍ଷ୍ମଣ ମହାନ୍ତ, ହରେକୃଷ୍ଣ ମହାନ୍ତ, ଅନନ୍ତ ମହାନ୍ତ, ଗୋକୁଳ ମହାନ୍ତ, ଜଗବନ୍ଧୁ ମହାନ୍ତ, କର୍ଣ୍ଣଧର ମହାନ୍ତ, ରୁଦ୍ରଶେନ ମହାନ୍ତ, ହରିଚନ୍ଦନପୁର ରୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ତ୍ରିଲୋଚନ ମହାନ୍ତ, ମନ୍ତ୍ରୀ ମହାନ୍ତ, ବସନ୍ତ ମହାନ୍ତ, ଅଭିମନ୍ୟୁ ମହାନ୍ତ, ସଞ୍ଜୟ ମହାନ୍ତ, ଆନନ୍ଦ ଚନ୍ଦ୍ର ମହାନ୍ତ, କୈଳାସ ମହାନ୍ତ ଯୋଗ ଦେଇଥିଲେ । ଏହି ବୈଠକରେ କୁଡୁମି ଏକତା ମଞ୍ଚ, କେନ୍ଦୁଝରର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସଭାପତି - ଶ୍ରୀ ପର୍ଣ୍ଣଚନ୍ଦ୍ର ମହାନ୍ତ, ସମ୍ପାଦକ - ନଵ କିଶୋର ମହାନ୍ତ, ଉପଦେଷ୍ଟା - ଅନନ୍ତ ମହାନ୍ତ, କର୍ଣ୍ଣଧର ମହାନ୍ତ, ମନ୍ତ୍ରୀ ମହାନ୍ତ, କୈଳାସ ମହାନ୍ତ ସଭ୍ୟଭାବେ ଅଭିମନ୍ୟୁ ମହାନ୍ତ, ପଦ୍ମଲୋଚନ ମହାନ୍ତ, ପ୍ରମୂଖ ନିର୍ବାଚିତ ହୋଇଥିଲେ । ରେଳ ରୋକ ସମ୍ପର୍କରେ ଥାନା, ଏସପି, ଜିଲାପାଳ, ଉପଜିଲ୍ଲାପାଳ, ଏସ ଡି ପି ଓ ପ୍ରମୁଖଙ୍କୁ ପତ୍ରାଳାପ କରିବା ପାଇଁ ସଭାପତି ଓ ସମ୍ପାଦକଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା ।
Post a Comment