//BREAKING//
Loading...

ମୁଣ୍ଡ ନୂଆଁଇଲା ପଶ୍ଚିମବଙ୍ଗ, ଅଧ ରାତିରେ ଭାଙ୍ଗିଲା ବେଆଇନ୍ ନିର୍ମାଣ

 ଜଳେଶ୍ୱର : ବିରୋଧ ପରେ ପଛକୁ ହଟିଲା ପଶ୍ଚିମବଙ୍ଗ । ଅଧ ରାତିରେ ଭାଙ୍ଗିଲା ନିଜେ କରିଥିବା ବେଆଇନ୍ ନିର୍ମାଣ । ଓଡ଼ିଶା ସୀମା ଭିତରକୁ ପ୍ରାୟ ୫୦ ଫୁଟ୍ ପସି ପଶ୍ଚିମବଙ୍ଗ ପ୍ରଶାସନ ପାଚେରି ଗଢ଼ିଥିଲା । ଯାହାକୁ ସ୍ଥାନୀୟ ଲୋକ ସହ ବାଲେଶ୍ୱର ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଥିଲା । ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପ୍ରଶାସନ ଉକ୍ତ ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି ।ପ୍ରଥମେ ଚଳିତ ମାସ ୭ ତାରିଖରେ ପଶ୍ଚିମବଙ୍ଗ ବେଆଇନ୍ ନିର୍ମାଣ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକ ଓ ପ୍ରଶାସନର ବିରୋଧ ପରେ ଉଦୟପୁର ମନୋରମ ବେଳାଭୂମିରେ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲା । ବାଲେଶ୍ୱର ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା ।



ପରେ ୨୧ ତାରିଖରେ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ୧୪୪ ଧାରା ଉଲ୍ଲଂଘନ କରି ପାଚେରି ନିର୍ମାଣ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ବାଲେଶ୍ୱର ପ୍ରଶାସନର ଅଧିକାରୀ ପହଞ୍ଚି ନିର୍ମାଣ ବନ୍ଦ କରିଥିଲେ । ଏହାପରେ ରାତି ଅଧିଆ ଭାବେ ପଶ୍ଚିମବଙ୍ଗ ପ୍ରଶାସନ ନିଜେ କରିଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ନେଇଛି ।



Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe