//BREAKING//
Loading...

କୁଡ଼ମାଲି ସଂସ୍କାର ଅଭିଯାନ : ଦୁବୁଲାବେଡାରେ ଦ୍ଵିତୀୟ ପର୍ଯ୍ୟାୟ ବୈଠକ

 

@ ଗୋଟିଏ ମଞ୍ଚରେ ବିବିଧ କୁଡୁମି ସଂଗଠନ ଓ ଧର୍ମୀୟ ସଂଗଠକ

@ ସଭିଏଁ କଲେ କୁଡ଼ମାଲି ପରମ୍ପରାର ପୁନଃ ଉଦ୍ଧାର ନିଷ୍ପତ୍ତି


ଘଟଗାଁ ୧/୫  ନିପ୍ର : କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତଗତ ବାଲିପୋଖରୀ ଗ୍ରାମ ପଞ୍ଚାୟତର ଦୁବୁଲାବେଡା ଗ୍ରାମରେ କୁଡ଼ମାଲି ସଂସ୍କାର ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟ ତଥା ନିର୍ଣ୍ଣାୟକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଆସୁଥିବା ସମସ୍ତ ଅତିଥି ମାନଙ୍କୁ କୁଡ଼ମାଲି ପାରମ୍ପରିକ ପ୍ରଥା ଅନୁଯାଇ ହଳଦୀ ପାଣିରେ ଗୋଡ଼ ଧୋଇ ଦିଆଯାଇଥିଲା । ସଭା ଆରମ୍ଭ ପୂର୍ବରୁ ଗରାମ ପୂଜା ଅନୁଷ୍ଠିତ ହୋଇଥିଲା ଓ ସମସ୍ତ ଅତିଥି ଗରାମ ଦେବତାଙ୍କୁ ଦୀପ ପ୍ରଦାନ କରିଥିଲେ । 



ଏହି ସଭାରେ ଏହି ସଭାରେ କୁଡ଼ମାଲି ସଂସ୍କାର ଅଭିଯାନର ମୂଳ ସୂତ୍ରଧର ଶ୍ରୀ ନବକିଶୋର ମହାନ୍ତ (ଶଗଡ଼ପଟା) ସଭାପତିତ୍ୱ କରିଥିଲେ । କେନ୍ଦୁଝର ଜିଲାର ସାହରପଡା, ସ୍ବାମପାଟଣା, ଘଟଗାଁ, ହରିଚନ୍ଦନପୁର, ବ୍ଲକର ପ୍ରତିନିଧି ଓ କଟକ, ଯାଜପୁର, ମୟୁରଭଞ୍ଜ ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ । ଏହି ସଭାରେ ବିବିଧ କୁଡୁମି ସଂଗଠନ ଓ ଧର୍ମ କର୍ମକର୍ତ୍ତା ଯୋଗ ଦେଇ କୁଡ଼ମାଲି ସଂସ୍କାର ବିଷୟରେ ଆଲୋଚନା କରିଥିଲେ । କୁଡୁମି ଆଦିମ ଅଧିବାସୀ ତଥା ଆଦିମ କାଳର ଶ୍ରେଷ୍ଠ କୃଷକ ଓ କୁଡ଼ମାଲି ସଂସ୍କାର ଶ୍ରେଷ୍ଠ ସଂସ୍କାର ବୋଲି ଏକମତ ହୋଇଥିଲେ । ପ୍ରକାଶଯୋଗ୍ୟ ଯେ,  ବାଲିପୋଖରୀ ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଥିବା କୁଡ଼ମାଲି ସଂସ୍କାର ଅଭିଯାନର ପ୍ରାଥମିକ ଅବସ୍ଥାରେ ତିନି ଗୋଟି ବିଷୟ ଉପରେ ଗୁରୁତ୍ୱ ଦେଇଥିଲେ ।ଏ ଗୁଡ଼ିକ ହେଲା ୧) ସଦଖିଆ ବ୍ୟବସ୍ଥାରେ ପାରମ୍ପରିକ ବ୍ୟବସ୍ଥାର ପୁନଃ ପ୍ରଚଳନ ୨) ଗଣ୍ଡଗୋଳ ମୁକ୍ତ ପାରମ୍ପରିକ ବିବାହର ପୁନଃ ପ୍ରଚଳନ  ୩) କୁଡ଼ମାଲି ଗ୍ରାମ ପଧାନ ବିଚାର ବ୍ୟବସ୍ଥାର ପୁନଃ ପ୍ରଚଳନ । ଏହି ତିନୋଟି ବିଷୟ ଉପରେ ବିବିଧ ସଂଗଠନ ଧର୍ମ କର୍ମକର୍ତ୍ତା ଏକମତ ହୋଇଥିଲେ ଓ ଏହି ଅଭିଯାନକୁ ପୁନଃ ପ୍ରଚଳିତ କରିବା ନିମନ୍ତେ  ପ୍ରସ୍ତାବ ଗୃହୀତ ହୋଇଥିଲା   । ଏହି ସଭାରେ ଯାଜପୁର ରୋଡ଼ର ସରକାରୀ ଓକିଲ ଶ୍ରୀଯୁକ୍ତ ନରେନ୍ଦ୍ର ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦିଗଦର୍ଶନ ଦେଇଥିଲେ । ବିବିଧ କୁଡୁମି ମଧରୁ ଅଖିଳ ଭାରତୀୟ କୁର୍ମିକ୍ଷତ୍ରିୟ ମହାସଭାର ଉତ୍ତର ଓଡିଶା ସଭାପତି ଶ୍ରୀ ନରହରି ମହାନ୍ତ ବର୍ମା, ସମ୍ପାଦକ ଶ୍ରୀ ଗୁରୁଚରଣ ମହାନ୍ତ ଏବଂ ସଭ୍ୟ ସର୍ବଶ୍ରୀ  ଚିତ୍ତରଞ୍ଜନ ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଅଙ୍ଗଦ ମହାନ୍ତ, ଦୟାନିଧି ମହାନ୍ତ(ଘଟଗାଁ) ଯୋଗ ଦେଇଥିଲେ । ଆଦିବାସୀ କୁଡୁମି ସମାଜର ରାଜ୍ୟ ସଭାପତି ଡଃ ମନୋଜ ମହାନ୍ତ (ଚିତ୍ରଡା,ମୟୁରଭଞ୍ଜ) ସମ୍ପାଦକ ଶ୍ରୀ ଦୋଳଗୋବିନ୍ଦ ମହାନ୍ତ (ଯାଜପୁର), ପଦ୍ମଲୋଚନ ମହାନ୍ତ( ନିନି ମାଷ୍ଟର) (ଚିତ୍ରଡା), ଶ୍ରୀ ଧନେଶ୍ୱର ମହାନ୍ତ ((କେନ୍ଦୁଝର), ଶିରପାଣି ମହାନ୍ତ (ମଣତା) ପ୍ରମୁଖ ଯୋଗ ଦେଇଥିଲେ । ଧର୍ମ ଜାଗରଣ ପ୍ରମୁଖ (ଆର ଏସ ଏସ) ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତ  , ମହିମା ଧର୍ମୀ ବୁଦ୍ଧଦେବ ମହାନ୍ତ (ସୁକିନ୍ଦା) , ବିଶ୍ବହିନ୍ଦୁ ପରିଷଦର ଭରତ ମହାନ୍ତ (ପାଟଣା) , ସୁନାଖମ ପତ୍ରିକାର ସମ୍ପାଦକ ସୁରେଶ ମହାନ୍ତ (ପାଟଣା) କୁଡୁମି ସମାଜ ଓଡ଼ିଶାର ପ୍ରତିନିଧି ତ୍ରିଲୋଚନ ମହାନ୍ତ, ଓଡିଶା କୁଡୁମି ସେନା ଉପସଭାପତି ଶ୍ରୀ ରୁଦ୍ର ନାରାୟଣ ମହାନ୍ତ, କୁଡୁମି ସେନା ଓଡ଼ିଶାର ଉପସଭାପତି ଗୀତାଞ୍ଜଳି ମହାନ୍ତ ଯୋଗ ଦେଇଥିଲେ । ନିର୍ଭୟାନନ୍ଦ ସାଂସ୍କୃତିକ ସଂଘ, ଯାଜପୁର ଜିଲ୍ଲାର ପ୍ରତିନିଧି ଗୌରାଙ୍ଗ ଚରଣ ମହାନ୍ତ , ଗୋକୁଳି ଚରଣ ମହାନ୍ତ ଯୋଗ ଦେଇ ପୁନଃ ପ୍ରଚଳିତ ପରମ୍ପରା ସପକ୍ଷରେ ମତବ୍ୟକ୍ତ କରିଥିଲେ । ପୂର୍ବତନ ସରପଞ୍ଚ ସନାତନ ମହାନ୍ତ (ବରେଇଗୋଡା) , ପୂର୍ଣ୍ଣଚନ୍ଦ୍ର ମହାନ୍ତ (ସୁନାପେଣ୍ଟ) ବର୍ତ୍ତମାନର ହରିଚନ୍ଦନପୁର ବ୍ଲକର ସମିତିସଭ୍ୟ ପଦ୍ମଲୋଚନ ମହାନ୍ତ, ସମିତି ସଭ୍ୟା ଗୀତାଞ୍ଜଳି ମହାନ୍ତ ଓ ସରସ୍ୱତୀ ମହାନ୍ତ ସଭାରେ ଯୋଗ ଦେଇଥିଲେ । ଗ୍ରାମବାସୀଙ୍କ ତରଫରୁ ଉଦ୍ୟୋକ୍ତା କୁଳମଣି ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ଉଦ୍ୟୋକ୍ତା ସର୍ବଶ୍ରୀ ନରହରି ମହାନ୍ତ, ଲକ୍ଷ୍ମଣ ମହାନ୍ତ , ଭୁବନ ମହାନ୍ତ , ୱାର୍ଡ ମେମ୍ବର ନିର୍ମଳ ମହାନ୍ତ ଭକ୍ତ ବନ୍ଧୁ ମହାନ୍ତ, ନିର୍ମଳ ମହାନ୍ତ, ଧନେଶ୍ୱର ମହାନ୍ତ, ପାଇକିରା ମହାନ୍ତ, ଟୁନୁ ମହାନ୍ତ, ଭୀମସେନ ମହାନ୍ତ, ମଙ୍ଗୁଳୁ ମହାନ୍ତ, ଅନାମ ମହାନ୍ତ, ଯୋଗେନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ବିଦ୍ୟାଧର ମହାନ୍ତ , ଦୟାନିଧି ମହାନ୍ତ, ଯଯାତି ମହାନ୍ତ, ଦିବ୍ୟଲୋଚନ ମହାନ୍ତ  ଲୋକନାଥ ମହାନ୍ତ , ଚମ୍ପେଶ୍ୱର ମହାନ୍ତ, ରୁଦ୍ର ମହାନ୍ତ,  କର୍ଣଧର ମହାନ୍ତ,ଜୟ କୃଷ୍ଣ ମହାନ୍ତ, ଲମ୍ବୋଦର ମହାନ୍ତ, ପ୍ରତାପ ମହାନ୍ତ ପ୍ରମୁଖ ଆୟୋଜନରେ ଅଂଶଗ୍ରହଣ କରିଥିଲେ । ଜୟ କରମ




Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe