//BREAKING//
Loading...

ଜଗତପୁର ବସ ଟର୍ମିନାଲରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ହତ୍ୟାକାରୀ କିନ୍ନର ଗିରଫ

 


କଟକ: ଜଗତପୁର ବସ ଟର୍ମିନାଲରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଗୁମର ଖୋଲିଛି ପୁଲିସ୍। ଆଜି କଟକରେ ଏନେଇ କଟକ ଡିସିପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଅଧିକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣେ କିନ୍ନର। ଅଭିଯୁକ୍ତର ନାଁ ସୁମନ୍ତ କୁମାର ଜେନା ଓରଫ ପ୍ରିୟା। ମୃତ ମହିଳା କୁନି ସାହୁଙ୍କ ସହ ପୂର୍ବରୁ ପରିଚୟ ଥିଲା। ପୂର୍ବ ଶତ୍ରୁତାରୁ ସେ ହତ୍ୟା କରିଥିବା ସ୍ବୀକାର କରିଛି। କୁନିଙ୍କ ଶାଢ଼ିରେ ତାଙ୍କ ଗଳାକୁ ଚିପି ହତ୍ୟା କରିଛି ଅଭିଯୁକ୍ତ। ଏହାସହ କିପରି ହତ୍ୟା କରିଛି ତାହାର ଡେମୋ ମଧ୍ୟ ଦେଖାଇଛି ପ୍ରିୟା।ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର କୁନି ସାହୁ ନାମକ ମହିଳା ସନ୍ଧ୍ୟା ସମୟରେ ଘରୁ ବାହାରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ଅନେକ ଖୋଜାଖୋଜି ପରେ ଥାନାରେ ଏତଲା ଦାୟର କରିଥିଲେ ପରିବାର ଲୋକ। ତେବେ ପୁଲିସ ବହୁ ଖୋଜାଖୋଜି କରିବା ପରେ ପରଦିନ ସକାଳୁ ଜଗତପୁରସ୍ଥିତ ବସ ଟର୍ମିନାଲ ନିକଟରୁ ତାଙ୍କର ମୃତଦେହ ଠାବ କରିଥିଲା।ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧ‌ାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁନି ସାହୁଙ୍କୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ଅଭିଯୋଗ କରିଥିଲେ ସ୍ୱାମୀ ମଦନ ସାହୁ। ଅନ୍ୟପଟେ ଜଗତପୁର ଥାନା ଏସିପିଙ୍କ କହିବାନୁସାରେ, ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳ ବୁଲି ଅନେକ ତଥ୍ୟ ହାସଲ କରିଛି।ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳାଙ୍କ ଲୁଗାରେ ହିଁ ତାଙ୍କ ଗଳାକୁ ଚିପି ହତ୍ୟା କରଯାଇଛି। ତେବେ ବ୍ୟବଛେଦ ରିପୋର୍ଟ ହସ୍ତଗତ ହେଲା ପରେ ତମାମ ଦିଗ ଉପରୁ ପରଦା ଉଠି ପାରିବ ଓ ଦୋଷୀକୁ ଧରିବାରେ ସହଜ ହେବ ବୋଲି ଏସିପି ଅରୁଣ ସ୍ୱାଇଁ କହିଥିଲେ।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe