ପ୍ରାଚୀନ ଜମ୍ବୁଦୀପ ଭାରତର ସର୍ବ ପ୍ରାଚୀନ କୁଡ଼ମାଲି କୃଷି ସଭ୍ୟତାର କୃଷି ପର୍ବ ଯାହାକି ଅଶୋକଙ୍କ ଶିଳାଲିପରେ ଉଲ୍ଲେଖ ରହିଛି, ସେହି ମହାନ ଟୁସୁ ପର୍ବ ସ୍ଥାପନ ପର୍ବ କେନ୍ଦୁଝର ଜିଲ୍ଲାର ପିପିଳିଆ ଠାରେ ଗତ 15 ତାରିଖରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଲୋପାମୁଦ୍ରା ମୈତ୍ରଙ୍କ ରିସର୍ଚ୍ଚ ପେପର 2010 ର 26 ପୃଷ୍ଠାରେ ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲିପିରେ ଟୁସୁ ପର୍ବ ଏକ ମାସ ପ୍ରଚଳନ ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି ପ୍ରକାଶ କରିଛନ୍ତି। ଵିଧି ମୁତାବକ ମାର୍ଗଶିର ମାସର ଶେଷ ଦିନ ଠାରୁ ପୌଷ ମାସ ଶେଷ ଦିନ ପର୍ଯ୍ୟନ୍ତ ଏକ ମାସ ଧରି ଟୁସୁ ଆରାଧନା ଅନୁଷ୍ଠିତ ହେବ ବୋଲି କୁହାଯାଇଛି । କୁଡ଼ମାଲି ଭାଷାରେ ଆଜିର ଦିନକୁ ପବିତ୍ର ଆଘାନ ସାଁକ୍ରାନ୍ତ ବୋଲି କୁହାଯାଏ । ଟୁସୁ ସ୍ଥାପନ କାରି ନାବାଳିକା ଶିଶୁ ଗଣ ଯାହାକୁ ଟୁସୁର ମାଆ ବୋଲି ଅଭିହିତ କରାଯାଏ ସେମାନେ ଡାଁଗୁଆ ଭାତ ନାମରେ ପାରମ୍ପରିକ ଭୋଜି କରିଥିଲେ। ସେହି ଟୁସୁ ମାଆ ମାନେ ଧାନକଟା ଯାଇଥିବା ବିଲରୁ, ବିଲରେ ପଡ଼ିଥିବା ଧାନକେଣ୍ଡା ସଂଗ୍ରହ କରି ଏହି ଧାନରୁ ଚାଉଳ କରି ଚୁନା ପ୍ରସ୍ତୁତ କରିଥିଲେ। ବାଛୁରୀର ଗୋବର ସଂଗ୍ରହ କରିଥିଲେ। ଶାଳ ଗଛର ବାନ୍ଦୁ ଫୁଲ ସଂଗ୍ରହ କରିଥିଲେ। ଧୂପ, ଦୀପ, ଦୁବ, ବାଡିରୁ ପନିପରିବା ଫୁଲ, ମାଟିର ବଢ଼ା ସଂଗ୍ରହ କରିଥିଲେ । ସନ୍ଧ୍ୟାରେ ପୂଜା ଆଖଡ଼ାରେ ଝୋଟି ଦେଇ ପୂଜା ଆଖଡ଼ା ପ୍ରସ୍ତୁତ କରିଥିଲେ। ସଂଗୃହିତ ଧାନର ଚୁନାରୁ ସୂର୍ଯ୍ୟାକାର ଗୋଲାକାର ତିନି ପିଣ୍ଡ ପ୍ରସ୍ତୁତ କରିଥିଲେ। ସେହିପରି ସଂଗୃହିତ ଧାନର ତୁଷ ଓ ଗୋବର ମିଶାଇ ଗୋଲାକାର ତିନି ପିଣ୍ଡ ପ୍ରସ୍ତୁତ କରିଥିଲେ। ବାମାଚାର ପଦ୍ଧତିରେ ଆଣ୍ଟି କ୍ଲକ ବା ଵାମରୁ ଡାହାଣକୁ ଝୋଟି ଦେଇ ବଢ଼ା ବା କଳସ ସ୍ଥାପନ କରିଥିଲେ। ଏହାପରେ କଳସରେ ଚୂନା ପିଣ୍ଡ ଓ ଗୋବର ପିଣ୍ଡ ସ୍ଥାପନ କରିଥିଲେ। ଶାଳ ବୃକ୍ଷର ବାନ୍ଦୁ ଫୁଲ ଓ ଅନ୍ୟ ପନିପରିବା ଫୁଲ ପ୍ରଦାନ କରିଥିଲେ। ଏହି ପିଣ୍ଡ ପୂର୍ଣ୍ଣ ଘଟକୁ ବାମାଚାର (ଆଣ୍ଟି କ୍ଲକ) ପଦ୍ଧତିରେ ଧୂପ ଦୀପ ଦେଇ ଦୁବ ଅରୁଆ ଚାଉଳରେ ବନ୍ଦାପନା କରିଥିଲେ। ବାମାଚାର ପଦ୍ଧତିରେ ବିଶ୍ୱ ବ୍ରହ୍ମାଣ୍ଡର ଘୁର୍ଣ୍ଣନ ପଦ୍ଧତିରେ ଟୁସୁର ମାଆ ମାନେ ବ୍ରହ୍ମାଣ୍ଡିୟ ଶକ୍ତି ଜାଗରଣ ପରେ ଉପସ୍ଥିତ ମହିଳା ଟୁସୁ ଦେବୀଙ୍କୁ କୁଡ଼ମାଲି ଜୁହାର ଜଣାଇଥିଲେ। ଟୁସୁ ମାଆ ଭାବେ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୁମାରୀ ଖୁସି, ବିଉଟି ଓ ସୁଇଟି ଟୁସୁ ସ୍ଥାପନ କରିଥିଲେ। ଟୁସୁର ଠାକୁର ମାଆ ଭାବେ ଶ୍ରୀମତୀ ସାବିତ୍ରୀ, ଭାନୀ ଓ ପଇର ଟୁସୁ ସ୍ଥାପନରେ ସହାୟତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉଦଯୋଗ କରିଥିଲେ ସର୍ବଶ୍ରୀମତୀ ମାସିରା, ପଦ୍ମିନୀ, ପଙ୍କଜିନି, ସୁଶିଳା, ସୁବିର, ଜୟନ୍ତୀ, ମନୋରମା, ମୋତି, ତୁଳସୀ,ସୁବାସ, ସୁସଣ । ଗ୍ରାମର ସର୍ବ ଶ୍ରୀମତୀ ହୈମୟନ୍ତି, ପୁଷ୍ପ , ସଂଗୀତା ଶୈଳେନ୍ଦ୍ରୀ, ନନ୍ଦିନୀ, ହାରାମଣି , ବିଳାସ, ହିମାନି, ବିଷ୍ଣୁପ୍ରିୟା, ବୀଣା, ସେଫାଳି, ଲଳିତା ଶୁଭ, ଲତା, ସମଗ୍ର ପରିଚାଳନା କରିଥିଲେ। ଗ୍ରାମବାସୀ ୠଷିବର,ଯଦୁମଣି, ଭଗବାନ, ହୃଷିକେଶ, ଜଗବନ୍ଧୁ, ମୁକୁନ୍ଦ କ ଓ ଖ ରତ୍ନାକର କ ଓ ଖ, ଲକ୍ଷ୍ମୀଧର, ଶଙ୍କର୍ଷଣ, ବୈଷ୍ଣବ, ଗଙ୍ଗାଧର, ଚକ୍ରଧର, ସିଧେଶ୍ୱର, ଜିତେନ, ଗୋବିନ୍ଦ, ଵିନୋଦ, ଜଗମୋହନ, ରାଜ କାପୁର, କମଳା, ପ୍ରେମାନନ୍ଦ, ଭାବ ପ୍ରମୁଖ ସହଯୋଗ କରିଥିଲେ । କୁଡ଼ମାଲି ଶିକ୍ଷା ସମିତିର ସମ୍ପାଦକ ନବକିଶୋର ମହାନ୍ତ ସ୍ଥାପନ କାର୍ଯ୍ୟ ମାର୍ଗ ଦର୍ଶନ ଦେଇଥିଲେ। ମାଦଳିଆ ଭାଗିରଥି ମହାନ୍ତ ମାଦଳ ବଜାଇ ଥିଲେ । ଯୁବ ଶକ୍ତି ସୁବାସ, ଦେବା, ବୁଟୁ, ଦିକୁ, ଦୋଳ, ବୁବୁନୁ, ଭ୍ରମର, ପପୁ, ଅବଧୂତ, ତପୁ, ଲିପୁ, ଗଣେଶ ପିଣ୍ଟୁ କ, ଖ, ଗ,ଲେମ୍ବୁ,ଦୋଳ, ପିଣ୍ଟୁ, ଟୁକୁନ, ସୁମନ, ମିଥୁନ,ଚଙ୍ଗୁ, ପୁଙ୍ଗୁ, ଚିନ୍ମୟ ତପୁ ସହଯୋଗ କରିଥିଲେ ।
x
Post a Comment