//BREAKING//
Loading...

ନବଜାତ କନ୍ୟାକୁ ନେଇ ହସ୍ପିଟାଲ୍‌ରୁ ଘରକୁ ‌ଫେରିଲେ ରଣବୀର-ଆଲିଆ

 ମୁମ୍ବାଇ: ନୂଆ କରି ମାଆ ବନିଥିବା ଆଲିଆ ଭଟ୍ଟ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ସାରିଛନ୍ତି। ରଣବୀର ଓ ଆଲିଆ ସେମାନଙ୍କ କୁନି ପରୀକୁ ନେଇ ଘରେ ପହଞ୍ଚି ସାରିଛନ୍ତି। ସେମାନଙ୍କ କୁନି ଝିଅର ସ୍ବାଗତମ ପାଇଁ କପୁର ପରିବାରରେ ଜୋର୍‌ସୋର୍‌ରେ ସ୍ବାଗତମ ପ୍ରସ୍ତୁତି କରାଯାଇଥିଲା।


ହସ୍ପିଟାଲ୍‌ରୁ ବାହାରିବା ପରେ ରଣବୀର ଓ ଆଲିଆ କାର୍‌ ଭିତରେ ଥିବା ସମୟର କିଛି ଫଟୋ ଭାଇରାଲ୍‌ ‌ହୋଇଛି। କଳା ରଂଗର ରେଞ୍ଜ୍‌ ରୋଭର୍‌ କାର୍‌ରେ ରଣବୀର ଆଲିଆ ସେମାନଙ୍କ ଝିଅକୁ ଘରକୁ ନେଇ ଯାଉଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।ଆଲିଆ ଏକ କଳା ରଂଗର ପୋଷାକ ପିନ୍ଧି ମେକ୍‌ଅପ୍‌ ବିନା ଗାଡ଼ିରେ ବସିଛନ୍ତି। ମାଆ ବନିବା ଖୁସିରେ ଏକ ଭିନ୍ନ ଔଜଲ୍ୟ ଦେଖିବାକୁ ମିଳିଛି ଆଲିଆଙ୍କ ମୁହଁରେ। ଆପଣ ଜାଣିଥିବେ ଯେ ଗତ ୬ ତାରିଖରେ ଆଲିଆ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି।

ଆଲିଆ ମା’ ବନିବା ପରେ ତାଙ୍କ ନବଜାତ ବୋଲି ଦର୍ଶାଇ ଅନେକ ନକଲି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ହେଲେ ଆଲିଆ ଏପର୍ଯ୍ୟନ୍ତ ନିଜର କୌଣସି ସୋସିଆଲ ମିଡିଆ ଆକାଉଣ୍ଟରେ ଝିଅର ଫଟୋ ସେୟାର କରିନଥିବା ଦେଖାଯାଇଛି। ତେବେ ଅନେକ ଷ୍ଟାର ଦମ୍ପତି ବାପା-ମା’ ବନିବା ପରେ ହସ୍ପିଟାଲରୁ ବାହାରି ନବଜାତ ସହ ଗଣମାଧ୍ୟମ ଆଗକୁ ଆସିଥାନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୁଏ। ତେବେ ଆଲିଆ ଏବଂ ରଣବୀର ଏଭଳି ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe