//BREAKING//
Loading...

ରାଜଧାନୀରେ ପୁଣି ଶିଶୁ ବିକ୍ରି ଅଭିଯୋଗ

 


ଭୁବନେଶ୍ବର: ରାଜଧାନୀରେ ପୁଣି ଶିଶୁ ବିକ୍ରି ଅଭିଯୋଗ । ଖଣ୍ଡଗିରି ଅଞ୍ଚଳରୁ ୪ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ଚାଇଲ୍‌ଡ ଲାଇନ୍ ଓ ପୋଲିସ୍ । ମାମଲାରେ ସଂପୃକ୍ତ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ୍ । ୨୧-୨୨ ଦିନର ଥିବାବେଳେ ଛୁଆଟିକୁ ନେଇ ଆସିଥିଲେ ସଂପୃକ୍ତ ଦମ୍ପତି । ଏଥିପାଇଁ ଛୁଆର ମା’କୁ ୧୦ ହଜାର ଟଙ୍କା ଦେଇଥିଲେ । ଖାଲି ସେତିକି ନୁହେଁ ଟଙ୍କା ଦେବା ପରେ ଛୁଆଟିର ମା’ ନିକଟରୁ ଏକ ବ୍ଲାଙ୍କ କୋର୍ଟ ପେପରରେ ଦସ୍ତଖତ ମଧ୍ୟ ନେଇଥିଲେ । ଏହାପରେ ସେମାନେ ଛୁଆଟିର ଜାଲି ବାର୍ଥ ସାର୍ଟିଫିକେଟ୍ ମଧ୍ୟ ତିଆରି କରିଥିବା ପୋଲିସ୍ ନିକଟରେ ସ୍ବୀକାର କରିଛନ୍ତି ।

ଉଦ୍ଧାର ପରେ ଶିଶୁ କନ୍ୟାକୁ CWC ନିକଟରେ ହାଜର କରାଯାଇ ସୁଭଦ୍ରା ସେବା ସଦନରେ ରଖାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ଏକ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ଚାଇଲ୍ଡ ଲାଇନ୍ ସଦସ୍ୟ ଘନଶ୍ୟାମ ଭୋଇ । ଏହାସହ ଘଟଣା ସମ୍ପର୍କରେ ଡିସିପିଙ୍କୁ ଅବଗତ କରାଯାଇଛି ।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe