//BREAKING//
Loading...

ଛୁଟି କାଟିବାକୁ ଯାଇଥିଲେ ମାଲଦ୍ବୀପ, ନିଆଁ ନେଇଗଲା ୯ ଭାରତୀୟଙ୍କ ଜୀବନ


ମାଲେ: ମାଳଦ୍ବୀପ ରାଜଧାନୀ ମାଲେର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଛୁଟି କଟାଇବାକୁ ଯାଇଥିବା ବେଳେ ୯ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ମୃତକ ବାଂଲାଦେଶର ବୋଲି ଜଣାପଡ଼ିଛି । ୨୦ରୁ ଊର୍ଦ୍ଧ୍ବ ଆହତଙ୍କୁ ଉଦ୍ଧାର କରାଯାଇଛି ।

ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିବା ବେଳେ ତଳ ମହଲାରେ ଥିବା ଗ୍ୟାରେଜରୁ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ଯାଇଥିବା ବେଳେ ଅଗ୍ନିଶମବାହିନୀ ୧୦ ମୃତଦେହ ଉଦ୍ଧାର କରିଥିଲା । ନିଆଁ ଲିଭାଇବାକୁ ପ୍ରାୟ ୪ଘଣ୍ଟା ସମୟ ଲାଗିଥିଲା । ୯ ଭାରତୀୟଙ୍କ ମୃତ୍ୟୁରେ ମାଳଦ୍ବୀପରେ ଅବସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମାଲଦ୍ବୀପ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛୁ  । ଖୁବଶୀଘ୍ର ମୃତଦେହ ଭାରତ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଭାରତୀୟ ଉଚ୍ଚାୟୁକ୍ତ  ।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe