//BREAKING//
Loading...

ଏନଆଇଏ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି : ମମତା


 କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏନଆଇଏ ହିଁ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ମୋମିନପୁର ସାମ୍ପ୍ରଦାୟିକ ହିଂସା ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯିବାର ଏକ ସପ୍ତାହ ପରେ ମମତାଙ୍କ ଏହି ଅଭିଯୋଗ ଆସିଛି ଗତ ମାସରେ ପଶ୍ଚିମବଙ୍ଗର ମୋମିନପୁରରେ ଘଟିଥିବା ସାମ୍ପ୍ରଦାୟିକ ଉତ୍ତେଜନା ସମ୍ପର୍କରେ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭିଆଇପିମାନେ ଉତ୍ତେଜନା ସୃଷ୍ଟି କରିବା ନିମନ୍ତେ ନିଜ କାରରେ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ନେବାଆଣିବା କରିଛନ୍ତି ।

ଭିଆଇପି କାରଗୁଡିକର ଗତିବିଧି ଉପରେ ନଜର ରଖିବା ପାଇଁ ନାକା ଯାଞ୍ଚକୁ କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଜେପିର ନାମ ନ ନେଇ ବାନାର୍ଜୀ କହିଛନ୍ତି ଯେ କଳା କାରରେ ଭିଆଇପିମାନେ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ବହନ କରୁଛନ୍ତି । ତେବେ ଏହି ଭିଆଇପିମାନେ କିଏ ସେ ସମ୍ପର୍କରେ ସେ କିଛି କହିନାହାନ୍ତି ।

ନାଦିଆ ଜିଲ୍ଲାରେ ଏକ ପ୍ରଶାସନିକ ବୈଠକ କରୁଥିବା ବେଳେ ମମତା ଏହି ଅଭିଯୋଗ ଆଣିଛନ୍ତି । ନାଦିଆ ଜିଲ୍ଲା ବିଜେପିର ଏକ ଗଡ଼ ଭାବେ ଜଣାଶୁଣା ।

ସେ କହିଛନ୍ତି ଯେ ନଦିଆରେ କେତେକ ସାଂପ୍ରଦାୟିକ ସଂଗଠନ ରହିଛନ୍ତି । ଏବେ ଏନଆଇଏ ସେଠାକୁ ଯାଇ ଉତ୍ତେଜନାକୁ ବଢାଉଛି । ଆମେ ସେମାନଙ୍କ ଯୋଜନା ସଂପର୍କରେ ଜାଣିଛୁ, କିନ୍ତୁ ସେଗୁଡ଼ିକୁ ସର୍ବସାଧାରଣରେ ପ୍ରକାଶ କରିହେବ ନାହିଁ, ସେଗୁଡ଼ିକୁ ଭିତିରିଆ ମୁକାବିଲା କରାଯିବ ।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe