//BREAKING//
Loading...

ଦିଶାଙ୍କ ବିକଳ୍ପ ଖୋଜୁଛନ୍ତି ଏକତା

 


୨୦୧୯ ମସିହାରେ ପ୍ରଯୋଜିକା ଏକତା କପୁର ଘୋଷଣା କରିଥିଲେ ଯେ ତାଙ୍କର ‘କେଟିନା’ ଶୀର୍ଷକ ଚଳଚ୍ଚିତ୍ର ପାଇଁ ସେ ଦିଶା ପଟାନୀଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୀତ କରିଥିଲେ। ଏପରିକି ଦିଶାଙ୍କୁ ନେଇ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଥିଲା। ଏକତାଙ୍କ ପ୍ରଯୋଜନା ସଂସ୍ଥା ‘ବାଲାଜୀ ପ୍ରଡକ୍ସନ୍‌ସ’ ମହାମାରୀ ଆରମ୍ଭ ହେବା କାରଣରୁ ସୁଟିଂ କାମ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା। ଏବେ କିନ୍ତୁ ଦିଶାଙ୍କୁ ‘କେଟିନା’ରୁ ବହିଷ୍କାର କରିଦିଆଯାଇଛି। ତାଙ୍କର ବୃତ୍ତି ପରିପନ୍ଥୀ ଆଚରଣ ପାଇଁ ତାଙ୍କ ସ୍ଥାନ ନେବା ଲାଗି ଏବେ ଆଉ ଜଣେ ଅଭିନେତ୍ରୀଙ୍କର ଅନ୍ବେଷଣ କରାଯାଉଛି। ଏକତା କପୁର ଏଥିପାଇଁ ତାରା ସୂତାରିୟା ଓ ଶ୍ରଦ୍ଧା କପୁରଙ୍କୁ ପ୍ରସ୍ତାବ ଦେଇଥିବାର ଶୁଣାଯାଉଛି। ଉଲ୍ଲେଖଯୋଗ୍ୟ ଯେ ‘କେଟିନା’ ଚଳଚ୍ଚିତ୍ର ଏକତାଙ୍କ ବାସ୍ତବ ଜୀବନ କାହାଣୀ ଉପରେ ପର୍ଯ୍ୟବସିତ।ଏଥିରେ ଜଣେ ଛୋଟ ସହରର ମହିଳା ଏବଂ ତାଙ୍କର ଜ୍ୟୋତିଷଶାସ୍ତ୍ରରେ ଆସ୍ଥାର କାହାଣୀ ପ୍ରତିଫଳିତ ହେବ। ସେଥିପାଇଁ ଏକତା ଆରମ୍ଭରୁ ଏହି ଚଳଚ୍ଚିତ୍ର ସହିତ ଓତପ୍ରୋତ ଭାବେ ଜଡ଼ିତ ରହି ଏହାକୁ ନିଖୁଣ ଭାବେ ନିର୍ମାଣ କରିବାକୁ ଉଦ୍ୟମ କରିଆସୁଛନ୍ତି। ଏଭଳି ସ୍ଥଳେ ଦିଶାଙ୍କ ସହିତ ଏକାଧିକ ପ୍ରସଙ୍ଗରେ ମତଭେଦ ତଥା ଦିଶାଙ୍କର ଖରାପ ବ୍ୟବହାର ଯୋଗୁଁ ଦିଶାଙ୍କ ସହ ପୂର୍ବରୁ ୭-୮ ଦିନ ସୁଟିଂ ସାରିଥିବା ସତ୍ତ୍ବେ ତାଙ୍କୁ ନେଇ ଚଳଚ୍ଚିତ୍ରକୁ ଆଗକୁ ବଢ଼ାଇବାକୁ ସେ ଚାହିଁ ନ ଥିଲେ। ଏବେ ନୂଆ ଅଭିନେତ୍ରୀ ମନୋନୀତ ହେବା ପରେ ପୁଣି ଥରେ ମୂଳରୁ ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଅନନ୍ୟା ପାଣ୍ଡେ ଓ ନୂସରତ ଭରୁଚାଙ୍କୁ ଦିଶାଙ୍କ ସ୍ଥାନ ନେବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଉଭୟେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିନ୍ତୁ ଉଭୟ ଶ୍ରଦ୍ଧା ଓ ତାରା ଏଥିପାଇଁ ସକାରାତ୍ମକ ସଙ୍କେତ ଦେଇଛନ୍ତି। ‘କେଟିନା’ର କାହାଣୀ ରାଜ ଶାଣ୍ଡିଲ୍ୟ ଲେଖିଥିବା ବେଳେ ଆଶୀମା ଛିବ୍ବର ଏହାର ନିର୍ଦ୍ଦେଶନା ଦାୟିତ୍ବ ନିର୍ବାହ କରୁଛନ୍ତି।

Post a Comment

Previous Post Next Post

କରମ ଟିଭି ଓଡିଶା

Hi! କର୍ମଜୀବୀ ଓ ଆଦିବାସୀଙ୍କ ଅନ୍ତଃ-ସ୍ୱର MAN KI BAT ଓ ଏହାଙ୍କ ଲୁକ୍କାୟିତ ସଂସ୍କୃତିର ଗବେଷଣା ଧର୍ମୀ ବିଶ୍ଳେଷଣ ଦେଖିବା ପାଇଁ ଆମ ୟୁଟ୍ୟୁବ ଚାନେଲକୁ subscribe କରନ୍ତୁ 🔔

Subscribe